ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି ଦଳ ଭିତର କଳି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ ଦିଆଯିବା ପରେ ପୁଣି ଦଳରେ ଦେଖାଯାଇଛି ବିଶୃଙ୍ଖଳା । ଏହାରି ମଧ୍ୟରେ ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଦଳ ଠିକ ଢଙ୍ଗରେ ପରିଚାଳନା ହେଉନି ବୋଲି ସେ ଅଭିଯୋଗ ଆଣିଛନ୍ତି । ଅମରେଶ ଜେନା ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେଉଁମାନେ କାମ କରୁଛନ୍ତି ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି । ମେଳି କରିଥିବା ବରିଷ୍ଠଙ୍କ ଦ୍ବାରା ସେମାନେ ପରିଚାଳିତ ହେଉଛନ୍ତି । ସେମାନେ ଯାହା କହୁଛନ୍ତି, ଏମାନେ କରୁଛନ୍ତି ।ନିର୍ବାଚନରେ ହାରିବା ପରେ ସବୁ ଜିଲ୍ଲାରେ ମୁଣ୍ଡ ପୂରାଉଛନ୍ତି। ୨୪ ବର୍ଷର ସରକାର, ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି । ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି। ସେମାନେ ନିଜକୁ ତର୍ଜମା ନ କରି ଅନ୍ୟ ଉପରେ ଦୋଷ ଲଦୁଛନ୍ତି । ଏଥିପାଇଁ ବିଦ୍ରୋହ ହେବ ଏବଂ ସଠିକ୍ ସମୟରେ ସେମାନଙ୍କର କଳା ଚିଠା ଖୋଲା ଯିବ । Post navigation ତାତି ସହ ଗୁଳୁଗୁଳିରେ ସିଝୁଛି ଓଡ଼ିଶା; ଅସ୍ତବ୍ୟସ୍ତ ଜନଜୀବନ ଲକ୍ଷେ ପାର୍ ହେଲା ସୁନା ଦର