ଉତ୍ତର ଚିଲିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସେସ୍  ରିକ୍ଟର ସ୍କେଲରେ ୫.୭ ରେ ଭୂକମ୍ପ ରେକର୍ଡ କରାଯାଇଥିବା ବେଳେ ଭୂମିକମ୍ପ ୧୭୮ କିଲୋମିଟର ଗଭୀରତାରେ ଆସିଥିଲା। ଭୂମିକମ୍ପ ଅନୁଭବ କରିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଘରୁ ବାହାରକୁ ଆସିଗଲେ। ଅନ୍ୟପଟେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ।

ସୂଚନା ଯୋଗ୍ୟ; ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ସାନ ପେଡ୍ରୋ ଦେ ଆଟାକାମା ଠାରୁ ୧୦୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ପ୍ରବଳ ଭୂକମ୍ପର କମ୍ପନ ପରେ ସୁନାମି ଚେତାବନୀ ମଧ୍ୟ ଦିଆଯାଇପାରେ ବୋଲି ଚିଲିରେ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଚିଲି ସରକାର କୌଣସି ସୁନାମି ଚେତାବନୀ ଦେଇନାହାଁନ୍ତି।

Leave a Reply

Your email address will not be published. Required fields are marked *