ଆଜି ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ବାହିନୀପତି । ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ ତାରା । ନାରୀ ନିର୍ଯାତନା ଅଭିଯୋଗରେ ବିଧାନସଭା ଗୃହରେ କଂଗ୍ରେସର ହୋହଲ୍ଲା ଏବଂ ହଟ୍ଟଗୋଳ ଚାଲିଥିବାବେଳେ ତାରାଙ୍କ ଏ ପ୍ରକାର ବିଶୃଙ୍ଖଳା ଆଚରଣ ଦେଖିବାକୁ ମିଳିଛି । ଏହା ସହ ତାରା ଚେତାବନୀ ଦେଇ କହିଛନ୍ତି, ବାଚସ୍ପତିଙ୍କୁ ଚକୋଲେଟ୍ ଦେଲୁ, ଆବଶ୍ୟକ ପଡିଲେ ଗୋବର ମାଡ଼ ହେବ । ବିରୋଧୀ ପ୍ରତିବାଦ କରୁଥିଲେ ବି ଶାସକ ଦଳ ଏବଂ ବାଚସ୍ପତି ଶୁଣୁନାହାନ୍ତି, ଗୃହକୁ ଚଲାଉଛନ୍ତି । ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନରଖିବା ଯାଏଁ କଂଗ୍ରେସ ପ୍ରତିବାଦ ଜାରି ରଖିବ । Post navigation ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ମତାମତ ଦେବେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ