ମାର୍କ କାର୍ନି ଲିବେରାଲ ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ଜିତିବା ସହିତ କାନାଡ଼ାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ୫୯ ବର୍ଷୀୟ କାର୍ନି ସମୁଦାୟ ୮୬ ପ୍ରତିଶତ ଭୋଟ ହାସଲ କରି ବିତ୍ତମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ପରାଜିତ କରିଛନ୍ତି । ଏବେ ଜଷ୍ଟିନ ଟ୍ରୁଡୁଙ୍କ ଜାଗା ନେବେ ମାର୍କ କାର୍ନି । ଦୀର୍ଘ ୯ ବର୍ଷ ପରେ ଜଷ୍ଟିନ କ୍ରମାଗତ ଲୋକପ୍ରିୟତା ହ୍ରାସ ଯୋଗୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ ଜାନୁଆରୀ ମାସରେ ଟ୍ରୁଡୋ ପ୍ରଧାନମନ୍ତ୍ରୀଙ୍କ ପଦରୁ ଅବ୍ୟାହତି ନେବାପାଇଁ ଘୋଷଣା କରିଥିଲେ । ସେ କାନାଡ଼ା ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନାହିଁ । ସେ ପୂର୍ବରୁ ଜି୭ ଅନ୍ତର୍ଗତ ୨ଟି କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଥିଲେ । ତେବେ ୟୁଏସଏର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଓ ତାଙ୍କ ବୈଦେଶିକ ନୀତିକୁ ସଠିକ ଭାବେ ମୁକାବିଲା କରିପାରିବେ ବୋଲି ଦଳ ତାଙ୍କ ଉପରେ ବିଶ୍ୱାସ ଜତାଇଛି । ସେ ନିଜର ନିର୍ବାଚନୀ ପ୍ରଚାରରେ ୟୁଏସଏର ଆର୍ଥିକ ପ୍ରତିବନ୍ଧକ ବିରୁଦ୍ଧରେ ଡ଼ଲାର ଫର ଡ଼ଲାର କ୍ୟାମ୍ପେନ କରିଥିଲେ । Post navigation ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ; ଏମ୍ସରେ ଭର୍ତ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି