ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ ଅଭିଜ୍ଞ ପ୍ରଶାସକ ଥିଲେ ଓ ଲୋକପ୍ରିୟ ରାଜନେତା ଥିଲେ । ଓଡିଶା ସରକାରର ମନ୍ତ୍ରୀ ଭାବରେ ସେ ଶିଳ୍ପ,ଉଚ୍ଚଶିକ୍ଷା ପରି ଗୁରୁତ୍ୱ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶ ରେ ଉଲ୍ଲେଖନୀୟ ଯୋଗଦାନ ରଖି ଯାଇଛନ୍ତି । ସେ ବିଜୁ ଜନତା ଦଳ ବାଲେଶ୍ୱର ଜିଲ୍ଲା ସଭାପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗ ରେ ରାଜ୍ୟ ଜଣେ ଅଭିଜ୍ଞ ରାଜନେତା ଙ୍କୁ ହରାଇଲା ଏବଂ ବିଜୁ ଜନତା ଦଳ ଜଣେ ନିଷ୍ଠାପର ସଂଗଠକକୁ ହରାଇଲା ବୋଲି କହିଛନ୍ତି ନବୀନ । ଏହା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ନବୀନ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସୂଚନା ଯୋଗ୍ୟ; ଭୋଗରାଇ ନିର୍ବାଚନ ମଣ୍ତଳୀ ରୁ ୨୦୦୪ ମସିହାରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜୟ ଲାଭ କରିବା ପରେ ଲଗାତାର ୪ ଥର ବିଧାୟକ ହୋଇଥିଲେ । ସେ ୨୦୧୪ ରେ ମନ୍ତ୍ରୀପଦ ପାଇଥିଲେ । ସେ ଉଚ୍ଚ ଶିକ୍ଷା ଏବଂ ଇଣ୍ଡଷ୍ଟ୍ରି ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ ବିଡ଼ିଓ, ତହସିଲଦାର ଏବଂ ଭଦ୍ରକର ଏଡ଼ିଏମ ହୋଇଥିଲେ । Post navigation ପରଲୋକରେ ପୂର୍ବତନ ବିଧାୟକ ଅନନ୍ତ ଦାସ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ; ଏମ୍ସରେ ଭର୍ତ୍ତି