ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ । ବିଶିଷ୍ଟ ଅତିଥି ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର ତେବେ ବିଜୁ ଜୟନ୍ତୀ ସରକାରୀ ଉତ୍ସବକୁ ଆସିଲେନି ନବୀନ ପଟ୍ଟନାୟକ । କାଢ଼ି ନିଆଗଲା ଚୌକି । ଏହି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଏହି ଉତ୍ସବରେ ଯୋଗଦେଇଥିଲେ । ତେବେ ଆଜି ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ନବୀନ । Post navigation କିମ୍ସ, ହାଇଟେକ ଓ ସମ୍ ହସ୍ପିଟାଲରେ ଇଡି ଚଢାଉ; ଏନଆରଆଇ କୋଟାରେ ଆଡମିଶନ ନେଇ ଘୋଟଲା ହୋଇଥିବା ସୂଚନା ଯାଜପୁରରେ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ