ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇକୋନୋମିକ୍‍ ଅଫେନ୍ସ ଓ୍ୱିଙ୍ଗ୍‍ (ଇଓଡବ୍ଲୁ) ଏବଂ ସ୍ୱତନ୍ତ୍ର ଗଠିତ ଟାସ୍କଫୋର୍ସ ପକ୍ଷରୁ ମିଳିତ ଭାବରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ଗୋପାଳପୁର ବିଭିନ୍ନ ଚେକ୍‍ ପଏଣ୍ଟରେ ଚଢ଼ଉ କରାଯାଇଛି।

କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଲୋଡ଼ିଂ ଦାୟିତ୍ୱ ନେଇଥିବା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବରୁ ଶୁଆକାଟି ସ୍ଥିତ ଲୋଡ଼ିଙ୍ଗ ଏଜେନ୍ସି କାର୍ୟ୍ୟାଳୟରେ ଇଓଡବ୍ଲୁ ପକ୍ଷରୁ ଚଢାଉ ହୋଇଥିଲା । ଖୋଲତାଡ଼ କରିବାରୁ ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ହେରଫେର ହୋଇଥିବା ଇଓଡବ୍ଲୁ ଜାଣିବାକୁ ପାଇଛି । ଏହି ସଂସ୍ଥା ସହ ଜଡ଼ିତ ୯ ଜଣଙ୍କୁ ଇଓଡବ୍ଲୁରେ ହାଜର ହେବାକୁ ନୋଟିସ୍ କରିଥିଲା । ସେ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ନାଁ ଥିଲା । ଆଜି ରାଜା ଚକ୍ର ଭୁବନେଶ୍ୱର ଅଫିସରେ ହାଜର ହୋଇଛନ୍ତି ।

ଏହା ପୂର୍ବରୁ ୨୦୨୪ ନିର୍ବାଚନ ସମୟରେ ରାଜା ଚକ୍ର ଏବେକାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରଚାର ଗାଡ଼ି ଉପରକୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *