ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ । ଆଜି ହାଜର ନ ହେବାକୁ ଫୋନ୍‌ରେ ଜଣାଇବା ସହ ସମୟ ମାଗିଥିବା ଜଣାପଡିଛି । ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍‌ କରି ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ମାଗିଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଜଣାଇଛନ୍ତି । ବିଶାଳଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ଅନ୍ୟପଟେ ବିଶାଳଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚର ନୋଟିସ୍‌ କରିଥିଲା ।

ସୂଚନା ଯୋଗ୍ୟ; ନବ ଦାସ ହତ୍ୟା ମାମଲାରେ ବିଶାଳ ଏବଂ ଦୀପାଳିଙ୍କୁ କ୍ରାଇମବ୍ରାଞ୍ଚରେ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହାଜର ହେବାକୁ ନୋଟିସ୍ ଜାରି ହୋଇଥିଲା । ଉଭୟ ହାଜର ହୋଇ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *