error-in-matric science-question-paper
ମାଟ୍ରିକ ପରୀକ୍ଷାର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଥିଲା ।
 
ତେବେ ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ଆଜି ତୃଟି ଦେଖାଦେଇଛି । ବିଜ୍ଞାନ ବି- ସେଟ୍‌ରେ ୪ ମାର୍କ କମ୍‌ ଥିବା ବେଳେ ସି-ସେଟରେ ମଧ୍ୟ କିଛି ତୃଟି ଥିବା ନେଇ ସୂଚନା ମିଳିଛି ।
 
ଅନ୍ୟପଟେ ତୃଟିକୁ ସ୍ୱୀକାର କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମୂଲ୍ୟାୟନ କମିଟି ଏନେଇ ବିଚାର କରି ନିଷ୍ପତ୍ତି ନେବ ବୋଲି ବୋର୍ଡ ସଭାପତି କହିଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ବୋର୍ଡ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ପ୍ରଦାନ କରାଯିବ, ଛାତ୍ରଛାତ୍ରୀଙ୍କ ମାର୍କିଙ୍ଗ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *