ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ହେଲେ ଚନ୍ଦ୍ରଶେଖର ହୋତା । ପୁଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ । ତାଙ୍କୁ ସାହିତ୍ୟ ଏକାଡେମୀର ନୂତନ ସଚିବ ଦାୟିତ୍ଵ ପାଇଁ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଫେବ୍ରୁଆରି ୨୮ ତାରିଖରୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ ।ଏହା ସହିତ ଡ. ହୋତା ସଙ୍ଗୀତ ନାଟକ ଏକାଡେମୀର ସଚିବ ଦାୟିତ୍ୱରେ ମଧ୍ୟ ରହିବେ । ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ।

Leave a Reply

Your email address will not be published. Required fields are marked *