କେରଳ ଥିରୁବନନ୍ତପୁରମ୍‌ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକା ସହ ନିଜ ପରିବାରର ୫ ଜଣଙ୍କୁ ହାତୁଡ଼ିରେ ପିଟି ଚାପଡରେ ହାଣି ମାରିଲା ୨୩ ବର୍ଷୀୟ ଯୁବକ ।ନିଜ ମା’, ଜେଜେ ମା’, ନାବାଳକ ଭାଇ, ଦାଦା, ଉଭଣୀ ସହ ପ୍ରେମିକାକୁ ହତ୍ୟା ପରେ ଥାନାରେ ଯୁବକର ଆତ୍ମସମର୍ପଣ। ଋଣ ସୁଝିବାକୁ ପରିବାର ଲୋକେ ରାଜି ନହେବାରୁ ହତ୍ୟା କରିଥିବା ଜଣାପଡିଛି । ଏହାପରେ ଅଭିଯୁକ୍ତର ମା ଗୁରୁତର ଅବସ୍ଥାରେ ଥିରୁଅନନ୍ତପୁରମ ମେଡିକାଲ କଲେଜରେ ଚିକତ୍ସିତ ହେଉଥିବା ସୂଚନା ମିଳିଛି ।

ଅନ୍ୟପଟେ ଅଭିଯୁକ୍ତ ଜଣକ ନିଜେ ବିଷ ଖାଇଥିବାର ପୋଲିସକୁ ଜଣାଇବାପରେ ଅଭିଯୁକ୍ତକୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି ।

Leave a Reply

Your email address will not be published. Required fields are marked *