କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଏକାଠି ହୋଇଛନ୍ତି ବିଜେଡି କାଉସିଲର । ଏନେଇ ଆଜି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ୧୬ କାଉନସିଲର। ଅଧ୍ୟକ୍ଷାଙ୍କ ବିରୋଧରେ ଛତ୍ରପୁର ଆସି ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହେବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

କବିସୂର୍ଯ୍ୟନଗର ଏନଏସି ର ୧୮ ୱାର୍ଡ ମଧ୍ୟରୁ ୧୭ ଟିରେ ବିଜେଡି କାଉସିଲର ରହିଥିବା ବେଳେ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ମଧ୍ୟ ବିଜେଡିର ରହିଛନ୍ତି । କିନ୍ତୁ ଏକ ବର୍ଷ ହେଲା ଅଧ୍ୟକ୍ଷା ଏନଏସିରେ କୌଣସି କାର୍ଯ୍ୟ କରାଇଦେଉନଥିବା ଓ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଛନ୍ତି ବିଜେଡି କାଉନସିରଲ ।  ଏପରିକି ସରକାରୀ ଅର୍ଥ ହରିଲୁଟ ଭଳି ଅଭିଯୋଗ ଆଣିଛନ୍ତି କାଉନସିଲର ମାନେ । ଅଧ୍ୟକ୍ଷାଙ୍କ ପାଇଁ ଏନଏସିରେ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇପାରୁନାହିଁ ବୋଲି ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର।

Leave a Reply

Your email address will not be published. Required fields are marked *