କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ବିମାନ (୪୮୧୯) ବଡ଼ଧରଣର ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଅବତରଣ କରିବା ସମୟରେ ରନ୍‌ୱେରେ ଓଲଟି ପଡିଥିଲା ଡେଲ୍ଟା ଏୟାରଲାଇନ୍ସ ବିମାନ । ଦୁର୍ଘଟଣା ସମୟରେ ବିମାନରେ ୭୬ ଜଣ ଯାତ୍ରୀ ଥିବା ବେଳେ ୧୮ ଆହତ ହୋଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ଅଗ୍ନିଶମ କର୍ମଚାରୀ, ପାରାମେଡିକ୍ସ ଏବଂ ଉଦ୍ଧାର ଦଳର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ; ବିମାନଟି ମିନିଆପୋଲିସ୍-ସେଣ୍ଟ ପଲ ବିମାନବନ୍ଦରରୁ ଟୋରଣ୍ଟୋ ପିଅରସନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିଲା।  କିନ୍ତୁ, ଟୋରଣ୍ଟୋ ପିଅର୍ସନରେ ଅବତରଣ କରିବା ସମୟରେ, ବିମାନଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଜରୁରୀକାଳୀନ ଦଳଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।

ଅନ୍ୟପଟେ ଆମେରିକା ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ନିଶ୍ଚିତ କରିଛି ଯେ ଦୁର୍ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା ୪୫ରେ ଘଟିଥିଲା। ତଥାପି, ଅବତରଣ ସମୟରେ ବିମାନଟି କିପରି ଓଲଟି ପଡିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାନାଡାର ପରିବହନ ସୁରକ୍ଷା ବୋର୍ଡ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *