ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତାଗିଦ ପରେ ପ୍ରତିକ୍ରିୟା ଦେଇଛନ୍ତି ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ସେ କହିଛନ୍ତି ବିଜେଡି ସହ ଅଛି, ରହିଛି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି ଏବଂ ରହିବି । କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଚାରିଲେ । ଅସୁସ୍ଥତା ଥିବା କହିଲି କିନ୍ତୁ ବିଜେପି ଯାଉଛନ୍ତି କି ବୋଲି ସେ ପଚାରିନାହାନ୍ତି । ସେ ଦଳର ମୁରବି, ପଚାରିବା ଅଧିକାର ତାଙ୍କର ଅଛି । ସନା ମହାକୁଡ ଆଉ ମଧ୍ୟ କହିଛନ୍ତି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ମୋହନ ମାଝୀ ପୁରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ମୁଖ୍ୟମନ୍ତ୍ରୀ ନୁହନ୍ତି । ସୂଚନାଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ଗତକାଲି ବିରୋଧୀ ବିଜେଡି ଦଳର ବିଧାୟକ ଦଳ ବୈଠକ ବସିଥିଲା । ତେବେ ଏହି ବୈଠକରେ ଯୋଗ ଦେଇ ନ ଥିଲେ ଚମ୍ପୁଆର ବିଧାୟକ ସନା ମହାକୁଡ । ଆଜି ବିଧାନସଭାରେ ପହଞ୍ଚୁ ପହଞ୍ଚୁ ଚମ୍ପୁଆ ବିଜେଡି ବିଧାୟକଙ୍କ ଉପରେ ତାଗିତ କରିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକଙ୍କୁ ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ବୋଲି ପ୍ରଶ୍ନ କରିବା ସହ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି କହିଥିଲେ ନବୀନ ପଟ୍ଟନାୟକ । Post navigation ୫ ବର୍ଷ ମଧ୍ୟରେ ପୂରଣ କରାଯିବ ୧.୫ ଲକ୍ଷ ସରକାରୀ ଚାକିରି ବିଜେପି ହ୍ବୁସିଲ୍ ମାରିଲେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି: ଜୟନାରାୟଣ ମିଶ୍ର