ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ ।  ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସର ଚଢ଼ାଉ । ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍‌ କରୁଥିବା ଜଣାପଡିଛି। କଟକରେ ଥିବା ପୈତୃକ ଘର ସମେତ ଭୁବନେଶ୍ୱର, ମାଲକାନଗିରି, ଜୟପୁର ଭଳି ବିଭନ୍ନ ସ୍ଥାନରେ ଚଢ଼ାଉ ଜାରି କରାଯାଇଛି । ଚଢାଉ ବେଳେ ଶାନ୍ତନୁ ମହାପାତ୍ରଙ୍କ ଘରୁ ମିଳିଛି ନଗଦ ଦେଢ଼ କୋଟି ଟଙ୍କା । ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ସମ୍ପତ୍ତିର କୌଣସି ସୂଚନା ମିଳିନାହିଁ । ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

ଏହା ସହ ପ୍ରକଳ୍ପ ନିର୍ଦ୍ଦେଶକ, ସହକାରୀ ଯନ୍ତ୍ରୀ, କିରାଣି ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରେ ବି ରେଡ୍ ହେଉଛି । ଏହି ଚଢ଼ାଉରେ ଅତିରିକ୍ତ ଏସପି, ଚାରି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *