BJD Rajya Sabha MPs Meets Naveen Patnaik

ଆଗାମୀ ଜାନୁଆରୀ ୩୧ ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି ।

ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଅଧିକାର ଏବଂ ମର୍ଯ୍ୟାଦା ପାଇଁ ସଂସଦରେ ଲଢ଼ିବାପାଇଁ ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ବିଜେଡିର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଚଳିତ ବଜେଟ ଅଧିବେଶନରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନଠୁ ଆରମ୍ଭ କରି କୋଇଲା ରାଜଭାଗ ବୃଦ୍ଧି, ଦରଦାମ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି, ଚାଷୀ ଏବଂ କୃଷକମାରଣ ନୀତି, ପୋଲାଭରମ୍‌, ମହାନଦୀ, ଆଦିବାସୀଙ୍କ ଭାଷାକୁ ସ୍ୱତନ୍ତ୍ର ଅନୁଚ୍ଛେଦରେ ସ୍ଥାନ ଦେବା, କେନ୍ଦୁ ପତ୍ର ଉପରେ ଜିଏସଟି ପ୍ରତ୍ୟାହାର, ରେଳ ସଂଯୋଗୀକରଣ, ମୋବାଇଲ୍ ସଂଯୋଗ ଆଦି ପ୍ରସଙ୍ଗ ଉପରେ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ ବୋଲି ଜଣାପଡିଛି ।

By Nirvay

Leave a Reply

Your email address will not be published. Required fields are marked *