ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ଠାରେ ବାଗଚୀ କରୁଣାଶ୍ରୟ ପାଲିଏଟିଭ ସେବା କେନ୍ଦ୍ର ର ଉଦ୍ଘାଟନ କରିଛନ୍ତି । ଏଠାରେ କର୍କଟ ରୋଗୀଙ୍କ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ହୋମ୍ କେୟାର ସୁବିଧା ଏବଂ ଏକ ଗବେଷଣା ଓ ଶିକ୍ଷା କେନ୍ଦ୍ର ରହିଛି । କ୍ୟାନସର ରୋଗରେ ପୀଡ଼ିତ ରୋଗୀମାନେ ଏଠାରେ ମାଗଣାରେ ପାଲିଏଟିଭ ସେବା ପାଇପାରିବେ । ଶିଳ୍ପପତି ସୁବ୍ରତ ବାଗଚି ଏବଂ ତାଙ୍କର ଧର୍ମପତ୍ନୀ ସୁସ୍ମିତା ବାଗଚିଙ୍କ ଏହି ପ୍ରୟାସକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧନ୍ୟବାଦ ଜଣାଇଛନ୍ତି । Post navigation ଫେବୃଆରୀ ୧୩ ରୁ ବିଧାନସଭା ବଜେଟ ଅଧିବେଶନ, ୧୭ ରେ ବଜେଟ୍ ଉପସ୍ଥାପନ ପି.ଏମ ପୋଷଣ ଯୋଜନାରେ କାମ କରୁଥିବା ପାଚକ, ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର