ବହୁଚର୍ଚ୍ଚିତ କଲିକତା ଆରଜି କର ମେଡିକାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀ ସଂଜୟ ରାୟକୁ ମିଳିଲା ଆଜୀବନ କାରା ଦଣ୍ଡାଦେଶ । ଗତ ୧୮ ତାରିଖରେ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଆଜି ତାକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଲେ ସିଆଲଦା କୋର୍ଟ। ଏଥିସହ ୫୦ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି ପଶ୍ଚିମବଙ୍ଗର ସିଆଲଦା କୋର୍ଟ । ଏଥିସହ ପୀଡ଼ିତାଙ୍କ ପରିବାକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରହିଛି କୋର୍ଟଙ୍କ ନିର୍ଦ୍ଦେଶ । ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରାଯାଇଛି । ସୂଚନା ମୁତାବିକ, ୯ ଅଗଷ୍ଟ ୨୦୨୪ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର୍.ଜି କରରେ ଜଣେ ପ୍ରଶିକ୍ଷିତ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ଅପରାଧୀ ପ୍ରଥମେ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ପରେ ତାଙ୍କୁ ଗଳା ଚିପି ମାରିଦେଇଥିଲେ। ଏହି ଜଘନ୍ୟ ଅପରାଧ ଘଟାଇଥିବା ସଞ୍ଜୟ ବିରୋଧରେ ଅଭିଯୋଗ ହୋଇଥିଲା। ସଞ୍ଜୟ ରାୟକୁ ବିଏନଏସ ସେକ୍ସନ ୬୪, ୬୬ ଏବଂ ୧୦୩(୧) ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଜି ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି । Post navigation ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ; ଦୁଇ ମାଓବାଦୀ ନିହତ