ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ରାଜ୍ୟରେ ରାତି ତାପମାତ୍ରା କମିବା ସହିତ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହେଉଛି । ଫୁଲବାଣୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୫ ସହର । ୭ ଡିଗ୍ରୀରେ ଫୁଲବାଣୀ ଥରୁଥିବା ବେଳେ ରାଉରକେଲା ୭.୨, ଝାରସୁଗୁଡ଼ା ୭.୭, ସୋନପୁର ୯ ଡିଗ୍ରୀ, ଭବାନୀପାଟଣା ୯.୯, ସୁନ୍ଦରଗଡ଼ ୧୦.୨ ଓ କେନ୍ଦୁଝର ୧୦.୬ ଡିଗ୍ରୀ ରହିଛି । ସେହି ପରିଭୁବନେଶ୍ବର ରାତି ତାପମାତ୍ରା ୧୩. ୨ ଓ କଟକ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗବିଭାଗ ସୂଚନା ଦିଆଯାଇଛି । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ କୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୂଚନା ମିଳିଛି। Post navigation ଆଜିଠୁ ଆରମ୍ଭ ହେଲା ଚିଲିକାରେ ଡଲଫିନ୍ ଗଣନା ଖଣିମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ