ଆସନ୍ତା ଜାନୁୟାରୀ ୨୦ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କେନ୍ଦ୍ର ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ଅଭିଯୋଗ ପ୍ରକୋଷ୍ଠ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିବ । ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Post navigation ମନୁ, ଗୁକେଶ, ହର୍ମନପ୍ରୀତ, ପ୍ରବୀଣଙ୍କୁ ମିଳିଲା ରାଷ୍ଟ୍ରୀୟ ଖେଳ ରତ୍ନ ପୁରସ୍କାର ଓଡିଶା ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତିନାମାର ବିନିମୟ