ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ ର ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡ ବଡ଼ ପଦକ୍ଷେପ ନେଇଛି । ଅତ୍ୟାଧୁନିକ ହେବ ଚଳିତବର୍ଷର ଦଶମ ଶ୍ରେଣୀ ପରୀକ୍ଷା ପରିଚାଳନା । ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ରର ସିରିଏଲ ନମ୍ବରିଂ ବ୍ୟବସ୍ଥା କରାଯିବ । ସମସ୍ତ ପ୍ରଶ୍ନପତ୍ରରେ ରହିବ ବାରକୋଡ ଓ ୱାଟରମାର୍କ । ଯାହା ଫଳରେ ଏହାକୁ ଲିକ୍ କରି ଭାଇରାଲ କରିବା ଆଦୌ ସମ୍ଭବ ହେବନାହିଁ । ‘ସେଲ୍ଫ ଡିସପ୍ଲେ ୱାଟରମାର୍କ’ ଥିବା ଏହି ପ୍ରଶ୍ନପତ୍ରର ଫଟୋ ଉଠିଲେ ତାହା କେଉଁ ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ର, କେଉଁ ସେଣ୍ଟରର ଏବଂ କେଉଁ ହଲର ଜଣାପଡିଯିବ । ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଥିବା ଯୋଗୁଁ ପ୍ରଶ୍ନପତ୍ର ଯଦି ଭାଇରାଲ ହେଲା ତେବେ ତାହା କେଉଁ ସେଣ୍ଟରରୁ ଜଣାପଡିବ । Post navigation ଖଣ୍ଡଗିରି ମେଳା ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ମନା ୩ଦିନ ହେଲା ଉପାସରେ ମହାପ୍ରଭୁ ଲିଙ୍ଗରାଜ