no-offensive-dance-in-khandagiri-jatra

ଭୁବନେଶ୍ୱର ଖଣ୍ଡଗିରି ମହୋତ୍ସବରେ ଚଳିତ ବର୍ଷ ହେବନି ଅଶ୍ଳୀଳ ନୃତ୍ୟ । ଏ ବର୍ଷ ଖଣ୍ଡଗିରିରେ ନାଚି ପାରିବେ ନାହିଁ ଆଇଟମ୍‌ ଡ୍ୟାନ୍ସର ।

ଆଜି ଖଣ୍ଡଗିରି ଯାତ୍ରା କମିଟି ଏବଂ କମିଶନରେଟ ପୁଲିସ ମଧ୍ୟରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ ଆଦି ଆଇଟମ ଡ୍ୟାନ୍ସରଙ୍କ ନୃତ୍ୟ ପରିବେଷଣ ଉପରେ ରୋକ ଲଗାଇଛି ଯାତ୍ରା କମିଟି ।

ମାଘ ସପ୍ତମୀରୁ ଅର୍ଥାତ୍‌ ଫେବୃଆରୀ ୬ ତାରିଖରୁ ଖଣ୍ଡଗିରି ମହୋତ୍ସବ ଆରମ୍ଭ ହେବାକୁ ଥିବାବେଳେ ଚଳିତ ବର୍ଷ ୧୨ଟି ଯାତ୍ରାପାର୍ଟି ଏଥିରେ ଭାଗ ନେବେ ବୋଲି ଜଣାପଡିଛି ।

By Nirvay

Leave a Reply

Your email address will not be published. Required fields are marked *