କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରରେ ଆଗାମୀ ୨୮ ଓ ୨୯ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଏକ MoU ସ୍ୱାକ୍ଷରିତ ହେବ ।

କେନ୍ଦୁଝରରେ ପ୍ରତିଷ୍ଠା ହେବ ୬୫,୦୦୦ କୋଟିର ମେଗା ଷ୍ଟିଲ ପ୍ଲାଣ୍ଟ । JSW ଓ ପସ୍କୋ ମିଳିତ ଭାବେ କରିବେ ଇସ୍ପାତ କାରଖାନା ।

ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଥିବା ସେତୁଟି ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି । ଏହା ଦ୍ୱାରା ଝୁମ୍ପୁରା ଓ ଶ୍ରୀ ରାମପୁର ଗ୍ରାମ ଯୋଡ଼ି ହୋଇ ଯୋଗାଯୋଗର ସୁବିଧା ହୋଇ ପାରିଛି । ଏହା ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫୦୦୦ ରୁ ୧୦,୦୦୦ ଲୋକ ଉପକୃତ ହେବେ । ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ ୧୭୫ ମିଟର ।

mega-steel-plant-in-keonjhar-soon/

By Nirvay

Leave a Reply

Your email address will not be published. Required fields are marked *