ପ୍ରବାସୀ ଭାରତୀୟ ଦିବସ ସମାବେଶ ଉପଲକ୍ଷେ ୩ ଦିନରେ ବୟନିକାର ଦେଢ଼ କୋଟିର ବ୍ୟବସାୟ ହୋଇଥିବା ଜଣାପଡ଼ିଛି । ଓଡିଶା ହସ୍ତତନ୍ତର ରୁଚିପୂର୍ଣ୍ଣ ବୁଣାଶୈଳୀ ସହ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଝଲକ ପ୍ରବାସୀ ଭାରତୀୟ ମାନଙ୍କୁ ଆକର୍ଷିତ କରିଛି । ପ୍ରବାସୀ ଓ ନିବାସୀ ଲକ୍ଷ ଲକ୍ଷ ଟଙ୍କାର ଶାଢ଼ୀ କିଣି ନେଇଥିବାବେଳେ ୭୦ ହଜାର ଟଙ୍କାର ସୂତା ଶାଢ଼ୀ ଶାଢ଼ୀ ସବୁଠୁ ଅଧିକ ବିକ୍ରି ହୋଇଛି । ବୟନିକା ଓଡିଶାର ପାରମ୍ପରିକ ହସ୍ତତନ୍ତର ଗାରିମାକୁ ରାଜ୍ୟ ଓ ଦେଶ ବାହାରେ ପ୍ରତିପାଦିତ କରିବାରେ ସହାୟକ ହୋଇପାରିଛି । Post navigation ମୃତ ସହଦେବ ନାୟକଙ୍କ ୨ ଝିଅଙ୍କ ପାଠପଢ଼ା ଦାୟିତ୍ୱ ନେଲେ ନବୀନ ପଟ୍ଟନାୟକ