ଆସନ୍ତା ୨୫ ତାରିଖ ସୁଦ୍ଧା କୋରାପୁଟ ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ ଜିଲ୍ଲାରେ ଆନ୍ଦୋଳନ ଓ ବନ୍ଦ କରାଯିବ ବୋଲି ଆଜି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି କୋରାପୁଟ ଜିଲ୍ଲାରେ ୧୧ ତାରିଖରୁ ଖରିଫ ମଣ୍ଡି ଆରମ୍ଭ ହୋଇଛି । କିନ୍ତୁ ଆଜି ସୁଦ୍ଧା ଧାନ କ୍ରୟ କରାଯାଇପାରୁନି । ଯଦି ଆସନ୍ତା ୨୫ ତାରିଖ ସୁଦ୍ଧା ଧାନ ନ ଉଠେ ତେବେ ୨୬ରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ରାସ୍ତାରୋକ କରାଯିବ ।

ତାରା ପ୍ରସାଦ ବାହିନୀପତି ଆଉ ମଧ୍ୟ କହିଛନ୍ତି ଅଦିନିଆ ବର୍ଷା ଯୋଗୁ ଚାରି ହନ୍ତସନ୍ତ ହୋଇଛନ୍ତି। ବର୍ଷାରେ ଚାଷୀ ପଲିଥିନ୍ କିଣି ଧାନକୁ ଘୋଡ଼ାଇ ରଖିଲେ । ଧାନରେ ଆଦ୍ରତା ବୃଦ୍ଧି ପାଉଛି । ଯଦି ୧୧ ତାରିଖରୁ ଧାନ କିଣା ଯାଇଥାଆନ୍ତା ତାହା ହେଲେ ଏପରି ପରିସ୍ଥିତି ହୋଇ ନା ଥାଆନ୍ତା ।

Leave a Reply

Your email address will not be published. Required fields are marked *