ଏଣିକି ଭାରତୀୟଙ୍କୁ ରୁଷ ଯିବାକୁ ହେଲେ ଲାଗିବନି ଭିସା ।ଖୁବଶୀଘ୍ର ବିନା ଭିସାରେ ଯାଇହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ବିନା ଭିସାରେ ଯାତ୍ରା ସୁବିଧା ମିଳିପାରିବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ । ଭିସା ଆବଶ୍ୟକତାକୁ ସହଜ କରିବା ପାଇଁ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଏହା ଦ୍ବାରା ଏଭଳି ହେଲେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ସଂପର୍କ ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି ।

Leave a Reply

Your email address will not be published. Required fields are marked *