ମେଡିକାଲରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି । ଏହା ସହ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଅଗଷ୍ଟ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲାଲକୃଷ୍ଣ ଆଡଭାନୀ କିଛି ଦିନ ହେବ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଅଛନ୍ତି। ଚଳିତ ବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ରାଷ୍ଟ୍ରପତି ଭବନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ। ତାଙ୍କ ବାସଭବନରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ; ଲାଲକୃଷ୍ଣ ଆଡଭାନୀଙ୍କ ବୟସ ୯୭ ବର୍ଷ।ଲାଲକୃଷ୍ଣ ଆଡଭାନୀ ୧୯୪୨ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ରେ ଯୋଗ ଦେଇଥିଲେ । ୧୯୮୬ରୁ ୧୯୯୦, ପରେ ୧୯୯୩ରୁ ୧୯୯୮ ଓ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ଏହାବ୍ୟତୀତ ସେ ଦଳର ସବୁଠାରୁ ଅଧିକ ସମୟ ଧରି ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। Post navigation ଜେଲରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ନେଇ ରାଜନୀତିରେ ଝଡ଼; ନିନ୍ଦା କଲା ବିଜେଡି