ସହରରେ ମଶା ପାଦୁର୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ କଟକ ମୁନିସିପାଲିଟି କର୍ପୋରେସନ୍ (ସିଏମସି) ର ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାରେ ସ୍ପଷ୍ଟ ବିଫଳତା ଉପରେ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି।

ଜଷ୍ଟିସ୍ ଏସ. କେ. ସାହୁ ଏବଂ ଜଷ୍ଟିସ୍ ଭି. ନରସିଂହଙ୍କ ଖଣ୍ଡପୀଠ କହିଛନ୍ତି, “ଗତ କିଛି ସପ୍ତାହ ମଧ୍ଯରେ କଟକ ସହରରେ ମଶାଙ୍କ ପାଦୁର୍ଭାବ୍ୟ ବଢ଼ିବାରେ ଲାଗିଛି ବୋଲି ରିପୋର୍ଟ ହୋଇଛି ଯାହା ନିକଟରେ ପ୍ରିଣ୍ଟ ମିଡିଆରେ ଖବର ପ୍ରକାଶ ପାଇଛି। ସଚେତନତା ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ଯକର୍ମୀମାନଙ୍କୁ ଘରକୁ ଘରକୁ ପଠାଇବା ପାଇଁ ସି. ଏମ୍. ସି. କର୍ତ୍ତୃପକ୍ଷ ଆବଶ୍ଯକ ପଦକ୍ଷେପ ନେବେ।

ଏହା ସହ ବାଲିଯାତ୍ରା ପଡିଆ ରେ ହୋଇଥିବା ଆବର୍ଜନା କୁ ୩୦ ତାରିଖ ସୁଦ୍ଧା ସଫା କରିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ହାଇକୋର୍ଟ। ଜମି ରହିଥିବା ଅଳିଆ ଆବର୍ଜନା ପାଇଁ ମଶା ଙ୍କ ପାଦୁର୍ଭାବ୍ୟ ବଢୁଛି ତେଣୁ ୩୦ ସୁଦ୍ଧା ନିର୍ଦ୍ଧେଶ ର କାର୍ଯ୍ୟକାରୀ ନହେଲେ ଜିଲ୍ଲାପାଳ ଏଥି ପାଇଁ ଦାୟୀ ରହିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି | ଏହା ସହ ତାଳଦଣ୍ଡା କେନାଲ ରେ ଜଳ ସ୍ତରର ହ୍ରାସ ହେଉଥିବା ନେଇ ଏହାର କାରଣ ଦର୍ଶାଇବା କୁ ହାଇକୋର୍ଟ ଆଦେଶ ଦେଇଛନ୍ତି | ଜନସ୍ୱାର୍ଥ ମାମଲା ର ଶୁଣାଣି ବେଳେ ହାଇକୋର୍ଟ ଏହି ସବୁ ବିଷୟକୁ ନେଇ ଉଦ୍ୱେଗ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *