ଭୁବନେଶ୍ୱରରେ ଶିଳ୍ପପତି ଦେବଜ୍ୟୋତି ପଟ୍ଟନାୟକ (ଜୁଲିଆ ପଟ୍ଟନାୟକ)ଙ୍କ ଅଫିସ୍ରେ ଆୟକର ବିଭାଗର ଚଢ଼ାଉ। ଏସ୍.ଏନ୍. ମହାନ୍ତି କଂପାନୀ ସହ ଲିଙ୍କ୍ ରହିଥିବାରୁ ଆଇଟି ପକ୍ଷରୁ ରେଡ୍ କରାଯାଇଛି । ଏସ୍.ଏନ୍ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଥିବା ସୂଚନା ମିଳିଛି । କିନ୍ତୁ କେତେ ପରିମାଣର ଟିକସ ଫାଙ୍କିଛନ୍ତି, ଆଉ କିଏ କିଏ ଏଥିରେ ସାମିଲ୍ ରହିଛନ୍ତି, ଏହାକୁ ନେଇ ଆୟକର ବିଭାଗ ବର୍ତ୍ତମାନ ଖୋଳତାଡ କରୁଛି । ଅନ୍ୟପଟେ କିଛି ଦିନ ତଳେ ଟିକସ ଫାଙ୍କିବା ଅଭିଯୋଗରେ ଏସ୍.ଏନ୍ ମହାନ୍ତି ଗ୍ରୁପର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଏହି ରେଡ୍ କରାଯାଇଥିଲା। Post navigation ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଆବଶ୍ଯକତା ଅନୁଧ୍ୟାନ ପାଇଁ କମିଟି ଗଠନ କଲେ ଓଡ଼ିଶା ସରକାର