ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରିୟଙ୍କା ଗାନ୍ଧୀ ୱାୟାନାଡ ଲୋକସଭା ଉପ-ନିର୍ବାଚନରେ ବହୁ ମତରେ ବିଜୟ ହାସଲ କରିଛନ୍ତି । କଂଗ୍ରେସର ଗଡ଼ କୁହାଯାଉଥିବା ୱାୟନାଡକୁ ସେ ହାତେଇବାରେ ସଫଳ ହୋଇଛନ୍ତି । ୱାୟନାଡ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ୪୧୦୯୩୧ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କୁ ୬,୨୨,୩୩୮ ଖଣ୍ଟ ଭୋଟ୍ ମିଳିଛି । ତେବେ ୱାୟନାଡ଼ ଆସନରୁ ସିପିଆଇର ସତ୍ୟମ ମୋକେରି ୨୧୧୪୦୭ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିଜେପିର ନବ୍ୟା ହରିଦାସ ୧୦୯୯୩୯ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରିୟଙ୍କା ରାହୁଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ରାହୁଲ ଗାନ୍ଧୀ ୨୦୨୪ ଏପ୍ରିଲ ନିର୍ବାଚନରେ ୩.୬୪ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେ ଏକା ସଙ୍ଗରେ ଆମେଥୀ ଓ ୱାୟନାଡରୁ ବିଜୟ ହାସଲ କରିଥିଲେ । ତେଣୁ ନିଜର ଗଡ଼ ଥିବା ୱାୟନାଡର ଦାୟିତ୍ୱ ସେ ଭଉଣୀ ପ୍ରିୟଙ୍କା ଉପରେ ଦେଇଥିଲେ ଏବଂ ଆମେଥି ଆସନକୁ ନିଜ ହାତରେ ରଖିଥିଲେ । Post navigation ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ମନ୍ତ୍ରୀ ଓଡ଼ିଆ ଝିଅ ଓ ଝାଡ଼ଖଣ୍ଡ ବୋହୁ କଳ୍ପନା ମୁର୍ମୁ ସୋରେନ ବିଜୟୀ