ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍ ୱେବ୍ସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍ଇଓଡ଼ିଶା.ଏସି.ଇନ୍ରେ (http://www.bseodisha.ac.in/) ରେ ଲଗ୍ ଇନ୍ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିପାରିବେ। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ । ସମସ୍ତ ପରୀକ୍ଷାର୍ଥୀଙ୍କ ଓଏମଆର ଉତ୍ତର ଖାତା ମଧ୍ୟ ୱେବସାଇଟରେ ଉପଲବ୍ଧ । ଯାହା ଆସନ୍ତା ୨୯ ତାରିଖ ଯାଏଁ ଓ୍ବେବସାଇଟ୍ରେ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଡିଜିଟାଲାଇଜ୍ଡ ସାର୍ଟିଫିକେଟ୍ ଏବଂ ସ୍କାନ୍ ଓଏମ୍ଆର୍ ଉତ୍ତର ଖାତା ଏହି ଓ୍ବେବସାଇଟ୍ରେ ଉପଲବ୍ଡ ହେବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । Post navigation ସୁନ୍ଦରଗଡ଼ରେ ଯାଯାବର ଗଣହତ୍ୟା ମାମଲା: ରାଜ୍ୟ ବାହାରୁ ୭ ଜଣ ଗିରଫ ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୧୦ ମାଓବାଦୀ ନିହତ