କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ସିଏମସି ପକ୍ଷରୁ ଚାଲିଛି ଚଢାଉ । ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ଜାରି ରହିଛି ପ୍ରଶାସନର ପ୍ରୟାସ । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇଛି । ସକାଳୁ ସକାଳୁ ଖାଦ୍ୟ ଷ୍ଟଲରେ ଅଚାନକ ଚଢାଉ କରାଯାଇଛି । ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢ଼ାଉ କରିଛି ଟିମ୍ । ଖାଦ୍ୟର ମାନ ଯାଞ୍ଚ କରିବା ସହ କେତେକ ଖାଦ୍ୟ ଷ୍ଟଲ୍ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ କରିବା ସହ ଫଇନ୍ ପକାଯାଇଚି । ଖବର ଅନୁଯାୟୀ, ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ଯାତ୍ରା ରେ ବିଭିନ୍ନ ଷ୍ଟଲ୍ରେ ଖରାପ ତେଲ ଓ ବାସୀ ଖାଦ୍ୟ ଗୁଡିକ ରଖାଯାଇଥିବା ସଂପର୍କରେ ଅଭିଯୋଗ ପାଇଁ ସିଏମ୍ସି ଓ ଫୁଡ ସେଫ୍ଟି ଵିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ବିଭିନ୍ନ ବାସୀ ଖାଦ୍ୟ ଏବଂ ଖରାପ ତେଲ ଜବକ କରି ନଷ୍ଟ କରାଯାଇଛି । ଏହାସହିତ ସଂପୃକ୍ତ ଦୋକାନୀକୁ ଫାଇନ୍ ମଧ୍ୟ କରାଯାଇଛି । ଏହି ଚଢାଉରେ ୪ଟି ଟିମ୍ ନିୟୋଜିତ ହୋଇଥିବା ଜଣାପଡିଛି । ପୂର୍ବ ବର୍ଷ ବାଲିଯାତ୍ରାରେ କୁଇଣ୍ଟାଲ କୁଇଣ୍ଟାଲ ବାସିଖାଦ୍ୟ ନଷ୍ଟ କରିଛି ସିଏମସି । ତେବେ ଚଳିତବର୍ଷ ମଧ୍ୟ ସମାନ ଭାବରେ ଚଢ଼ାଉ ଜାରି ରଖିଛି ସିଏମସିର ଫୁଡ୍ ସେଫଟି ଟିମ । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି । Post navigation ନୂଆଦିଲ୍ଲୀରେ ଡାକ୍ତର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରୀପାତ୍ର