ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ଡିଜି ସମ୍ମିଳନୀ । ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ରହଣି କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି ଖୁବଶୀଘ୍ର ଏନେଇ ସରକାରୀ ସ୍ତରରେ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇ ପାରନ୍ତି । ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତିନି ଧରି ହେବାକୁ ଥିବା ଡିଜି ଓ ଆଇଜି ସମ୍ମିଳନୀରେ ସବୁ ରାଜ୍ୟ ପୋଲିସ ଡିଜି, ବିଏସଏଫଡିଜି, ସିଆରପିଏଫ୍ ଡିଜି, ଏନଆଇଏ ମୁଖ୍ୟ, ରଅ ମୁଖ୍ୟ, ଆବି, ଏନଏସଜି, ଏସପିଜି ମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସମସ୍ତ ରାଜ୍ୟର ଆଇଜିମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହେବେ । Post navigation ଜମି ସମସ୍ୟାରୁ ରାଜ୍ୟରେ ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପ ଅଟକି ରହିଛି ଡବଲ ଇଂଜିନ ସରକାର ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦିଅନ୍ତୁ: ବିଜେଡି