କେନ୍ଦ୍ର ଓ ରାଜ୍ୟରେ ଭାଜପାର ‘ଡବଲ୍ ଇଞ୍ଜିନ୍’ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ପାଞ୍ଚମାସ ପରେ ମଧ୍ୟ ଜମି ସମ୍ବନ୍ଧୀୟ ପ୍ରତିବନ୍ଧକ ନୂଆ ରେଳ ଲାଇନ୍ ଓ ଜାତୀୟ ରାଜପଥ ସମେତ କେତେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପକୁ ଅଟକାଇ ରଖିଛି । ପୂର୍ବ ବିଜଦ ସରକାର ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନରେ ଅପାରଗ ଥିଲା । କିନ୍ତୁ ଭାଜପା ସରକାର କ୍ଷମତାକୁ ଆସିବାର ୫ମାସ ପରେ ଦୀର୍ଘଦିନର ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଥିବା ଆଲୋଚନା ହେଉଛି ।

ବର୍ଷ ବର୍ଷ ଧରି ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୩୦୧ କିଲୋମିଟର ଖୋଦ୍ଧାରୋଜ୍-ବଲାଙ୍ଗୀର, ୧୪୯.୭୮ କିମି. ତାଳଚେର- ବିମଳାଗଡ଼ ୪୧.୯ କିମି, ଜୟପୁର- ନବରଙ୍ଗପୁର, ୧୨୬ କିମି, ଜୟପୁର- ମାଲକାନଗିରି, ୧୩୮ କିଲୋମିଟର, ବରଗଡ଼ ରୋଡ୍- ନୂଆପଡ଼ା ରୋଜ୍‌ ୧୧୬.୨୧ କିଲୋମିଟର, ଜୁନାଗଡ଼- ନବରଙ୍ଗପୁର ୧୭୩.୬ କିଲୋମିଟର, ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍ ରାୟା ଭଦ୍ରକ, ନୂଆପଡ଼ା- ଗୁଣୁପୁର ରେଳପଥର ସମ୍ପ୍ରସାରଣ (୭୩.୬୨ କିଲୋମିଟର) ଜମି ଅଧିଗ୍ରହଣ ସମସ୍ୟାରୁ ଅଟକି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ,  ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ସଂକ୍ରାନ୍ତରେ ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣ ଓ ଜମି ହସ୍ତାନ୍ତରକୁ ନେଇ ବିବାଦର ସମାଧାନ ହୋଇପାରିନାହିଁ ।

ସୂତ୍ରରୁ ପ୍ରକାଶ ଯେ ନିକଟରେ ମୁଖ୍ୟ ଶାସନ ସଚିବ ମନୋଳ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜମି ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ୱ ଓ ବନ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *