ନାଇଜେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର (ଜିସିଓଏନ) ପ୍ରଦାନ କରିବାକୁ ଯାଉଛି , ଯାହା ତାଙ୍କୁ ୧୯୬୯ ରେ ରାଣୀ ଏଲିଜାବେଥଙ୍କ ପରେ ଏହି ସମ୍ମାନ ଗ୍ରହଣ କରିବାରେ ଦ୍ୱିତୀୟ ବିଦେଶୀ ବିଶିଷ୍ଟ ବ୍ଯକ୍ତି କରିବ। ବିଦେଶରୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ୧୭ତମ ଅନ୍ତର୍ଜାତୀୟ ସମ୍ମାନ। ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ତାଙ୍କ ତିନି-ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟ ପାଇଁ ରବିବାର ଦିନ ନାଇଜେରିଆରେ ପହଞ୍ଚିଥିଲେ। ୧୭ ବର୍ଷ ମଧ୍ଯରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନାଇଜେରିଆର ଆବୁଜା ଗସ୍ତରେ ଆସିଛନ୍ତି। ଫେଡେରାଲ୍ ରାଜଧାନୀ ଅଞ୍ଚଳ ମନ୍ତ୍ରୀ ନିଏସୋମ୍ ଏଜେନ୍ଓ ୱିକ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଆବୁଜାର ‘କି ଟୁ ଦି ସିଟି’ ପ୍ରଦାନ କରିଥିଲେ,ଯାହା ନାଇଜେରିଆ ର ଭରସା ଓ ବିଶ୍ୱାସ ର ପ୍ରତୀକ ଅଟେ | ପଶ୍ଚିମ ଆଫ୍ରିକା ଅଞ୍ଚଳକୁ ଏହା ମୋଦୀଙ୍କର ପ୍ରଥମ ଗସ୍ତ। ସେ ନାଇଜେରିଆ, ବ୍ରାଜିଲ ଏବଂ ଗୁଏନା କୁ ପାଞ୍ଚ ଦିନିଆ ଗସ୍ତରେ ଅଛନ୍ତି। ନାଇଜେରିଆରୁ ସେ ବ୍ରାଜିଲ ଗସ୍ତ କରିବେ। ନାଇଜେରିଆରେ ଥିବା ଭାରତୀୟ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଉତ୍ସାହର ସହିତ ସ୍ୱାଗତ କରିଥିଲେ। ଭାରତ-ନାଇଜେରିଆ ସମ୍ପର୍କକୁ ଗଭୀର କରିବା ଉପରେ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ଗଣତନ୍ତ୍ର ଏବଂ ବହୁଳତାବାଦରେ ସହଭାଗୀ ବିଶ୍ୱାସ ଉପରେ ଆଧାରିତ ଆମର ରଣନୈତିକ ଭାଗିଦାରୀ ଉପରେ ନିର୍ମାଣ କରିବାର ଏକ ସୁଯୋଗ ପ୍ରଦାନ କରେ ବୋଲି ମୋଦି କହିଛନ୍ତି | Post navigation ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅନ୍ୟତମ ଆକର୍ଷଣ ‘ଓଡ଼ିଶା ମଣ୍ଡପ’ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗହଲୋତ ଙ୍କ ମନ୍ତ୍ରୀ ପଦ ରୁ ଇସ୍ତଫା, ଛାଡିଲେ ଆମ ଆଦମୀ ପାର୍ଟି(AAP)