ଆସନ୍ତା କାଲିଠାରୁ ୨୨ ତାରିଖ ଯାଏଁ ଚାଲିବ ଐତିହାସିକ ବାଲିଯାତ୍ରା ମେଳା। ବାଲିଯାତ୍ରା ପ୍ରସ୍ତୁତି ଓ ବ୍ୟବସ୍ତା ନେଇ କଟକ ଜିଲ୍ଲାପାଳଙ୍କ ପ୍ରେସମିଟ । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଐତିହାସିକ ବାଲିଯାତ୍ରାରେ ୧୩ ଟି ରାଷ୍ଟ୍ରର ରାଷ୍ଟ୍ର ଦୂତ, ହାଇକମିଶନର ସାମିଲ ହେବେ। ଉଦଘାଟନୀ ସଂଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ । ଅତିଥିମାନେ ସିଲଭର ସିଟି ବୋଟ କ୍ଲବଠାରେ ପହଞ୍ଚିବେ । ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡଗଡିଆ ଘାଟ ପର୍ଯ୍ୟନ୍ତ ଯିବେ। ସେଠାରୁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ୍  ପରିଦର୍ଶନ କରିବେ ଏବଂ କଟକ ଇନ୍ କଟକ ବୁଲିବେ । ପରେ ପରେ ଓରମାସ ଯାଇ ସେଠାରେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହା ପରେ ଗଣକବି ବୈଷ୍ଣବ ପାଣି ମଞ୍ଚର ଉଦଘାଟନୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସମସ୍ତ ଗମନାଗମନ ଓ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ବହୁ ଦେଶର କଳାକାର ଏଥର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ।ପ୍ରତିଦିନ ଗୋଟିଏ ଗୋଟିଏ ଦେଶର କଳାକାର ପରଫମ କରିବେ। ବର୍ତ୍ତମାନ ସୁଦ୍ଧା ୮ ଦେଶର କଳାକାର ଆସିବା ସ୍ଥିର ହୋଇ ସାରିଲାଣି।

ଏହା ସହ ଚଳିତ ବର୍ଷ କଟକ ଇନ କଟକରେ ରହିବ ଓଡ଼ିଆ ଅସ୍ମିତା ଓ ସିନେମା । ଫିଲ୍ମ ଫେଷ୍ଟିଭାଲ ଚାଲିବ, ୩ ଟି ସୋ ରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ବାଲି ଯାତ୍ରାରେ ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’ ଆୟୋଜିତ ହେବ। ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍‌ ଶୋ’ ଆୟୋଜିତ ହେବ। ଓଡିଶାର ବିଭିନ୍ନ ପିଠା ସହ ଅନ୍ୟ ଦେଶର ପିଠା ଷ୍ଟଲ ଲାଗିବ । ଭିଡକୁ ଦୃଷ୍ଟିରେ ରଖି ତଳ ଓ ଉପର ପଡିଆ ୪ ଟି ଗେଟ କରାଯାଇଛି । ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ଇ ରିକ୍ସା ବ୍ୟବସ୍ତା କରାଯାଇଛି। ରିଂ ରୋଡ଼ ରେ କେହି ଉଠା ଦୋକାଦି ରହି ପାରିବେନି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *