ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟର ଶୁଭାରମ୍ଭ ସମାରୋହରେ ଯୋଗଦେଇଛନ୍ତି ।ଜବାହରଲାଲ ନେହେରୁ ଭବନର ସି. ବି. ମୁଥାମ୍ମା ହଲରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ପ୍ରବାସୀ ଭାରତୀୟ ଦିବସ ୱେବସାଇଟର ଶୁଭାରମ୍ଭ ଭୁବନେଶ୍ୱରରେ ହବାକୁ ଯାଉଥିବା ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ପୂର୍ବ ପ୍ରସ୍ତୁତି , ଯାହା ଜନତା ମଇଦାନରେ ପାଳନହବ| ଯାହା ପ୍ରବାସୀ ଭାରତୀୟଙ୍କ ଅବଦାନକୁ ପାଳନ କରୁଛି। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ଓଡ଼ିଶା ଜାନୁଆରୀ ୮ ରୁ ୧୦ ମଧ୍ୟ ରେ ଭୁବନେଶ୍ୱରରେ 18 ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ଯକ୍ରମ ବିଶିଷ୍ଟ ପ୍ରବାସୀ ଭାରତୀୟ ସଦସ୍ଯମାନଙ୍କୁ ଏକାଠି କରିବ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସମ୍ଭାବ୍ଯ ସହଯୋଗ ସୁଯୋଗ ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। Post navigation ‘ମୋ ବସ’ ଆପ ସହ ଏଣିକି ‘ଚାଲୋ’ ଆପ୍ରେ ମଧ୍ୟ ମିଳିବ ମୋ ବସ୍ ଟିକେଟ ଡେପୁଟେସନ ରୁ ଓଡିଶା ଫେରିବେ IAS ସଂଜୀବ ମିଶ୍ର