ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୋଗାଣ ସହାୟକଙ୍କୁ ଛତିଶଗଡ଼ରୁ ଗିରଫ। ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗିର ଆଗଲପୁର ବ୍ଲକ ବୁଦୁଲା ପଞ୍ଚଯାତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ । ଦୁଷ୍କର୍ମ ଓ ନିର୍ଯାତନା ମାମଲାରେ ଗିରଫ କଲା ଆଗଲପୁର ପୋଲିସ । ୪ ତାରିଖରେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଥିଲେ ମହିଳା ।

ଯୋଗାଣ ସହାୟକ ରାସନ କାର୍ଡ କରାଇ ଦେବାକୁ କହି ବିଧବା ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହଁ, ମହିଳାଙ୍କ ସହ ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ଭାଇରାଲ କରିଦେଇଥିଲେ । ଏହା ଜାଣିବା ପରେ ଗତ ୪ ତାରିଖରେ ଭିଡିଓ ଭାଇରାଲ ପରେ ବିଧବା ମହିଳା ଜଣକ ଉତ୍ୟକ୍ତ ହୋଇ ପଂଚାୟତ ଭିତରେ ଯୋଗାଣ ସହାୟକକୁ ଚପଲରେ ପିଟିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗିର ଏସ. ଡି. ପି. ଓ ପ୍ରଦୀପ ସାହୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ସେପଟେ ଅଭିଯୋଗ ପରେ ଯୋଗାଣ ସହାୟକ ଫେରାର ହୋଇଯାଇଥିଲା । ଏହା ପରେ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ଲାଗି ପୁଲିସ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା। ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। କିନ୍ତୁ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ତଥା ଯୋଗାଣ ସହାୟକଙ୍କ ସହଯୋଗୀ ଏବେ ବି ଫେରାର ରହିଛି।

Leave a Reply

Your email address will not be published. Required fields are marked *