ଇସ୍କନ ର ପରମ୍ପରା ବିରୋଧୀ କାର୍ଯ୍ଯ କୁ ବିରୋଧ କରିଛନ୍ତି ପୁରୀ ଗଜପତି ମହାରାଜ | ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଗଜପତି ମହାରାଜ ଇସ୍କନର ଆଦିନିଆ ରଥ ଯାତ୍ରା ଏବଂ ସ୍ନାନ ଯାତ୍ରା ଉପରେ ନିଜର ଚିନ୍ତା ବ୍ଯକ୍ତ କରିଥିଲେ। ପୁରୀ ଗଜପତିଙ୍କ କହିବା ଅନୁଯାୟୀ ଇସ୍କନର ଆଗାମୀ ରଥଯାତ୍ରା ଉଭୟ ଜଗନ୍ନାଥ ସଂସ୍କୃତି ଏବଂ ସନାତନ ଧର୍ମର ଉଲ୍ଲଙ୍ଘନ କରୁଛି। ୨୦୦୭ରେ, ସେମାନେ ସେମାନଙ୍କର ଦୁଃସାହସିକ କାର୍ଯ୍ଯ ଆରମ୍ଭ କରିଥିଲେ। ୨୦୦୮ ରେ ମନ୍ଦିର କର୍ତ୍ତୃପକ୍ଷଙ୍କ ଠାରୁ ଚିଠି ପାଇ ମଧ୍ୟ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରି ଜଗନ୍ନାଥ ପରମ୍ପରା କୁ ଉଲଂଘନ କରିଥିଲା |୨୦୨୧ମସିହାରୁ, ଇସ୍କନ୍ ଭାରତ ବାହାରେ ବାର୍ଷିକ ରଥ ଯାତ୍ରା ଅମାନିଆ ଢଙ୍ଗରେ ଆୟୋଜନ କରୁଛି। ଇସ୍କନର ମୁଖ୍ଯ କାର୍ଯ୍ୟାଳୟ ଏବଂ ସଭାପତି ରାଜା ଙ୍କ ଠାରୁ କାରଣଦର୍ଶୀ ଚିଠି ପାଇଥିଲେ ମଧ୍ୟ କୌଣସି ଉତ୍ତର ନ ଦେଇଥିବା ନେଇ ରାଜା ପ୍ରକାଶ କରିଛନ୍ତି | ସ୍ନାନ ଯାତ୍ରା ବନ୍ଦ କରିଥିଲେ ମଧ୍ୟ ରଥ ଯାତ୍ରା ବନ୍ଦ କରିବାକୁ ମାନି ନାହିଁ ଇସ୍କନ | ଏହା ବ୍ୟତୀତ, ଇସ୍କନ ନାଇଜେରିଆରେ ଆଦିନିଆ ରଥ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଆଲୋଚନା ସତ୍ୱେ ଯଦି ଇସ୍କନ୍ ଭାରତ ବାହାରେ ରଥଯାତ୍ରା ବନ୍ଦ ନ କରେ, ତେବେ ମନ୍ଦିର ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁରୀ ରାଜା କହିଛନ୍ତି | କୃଷ୍ଣଙ୍କ ସମସ୍ତ ରୀତିନୀତିକୁ ନିରନ୍ତର ସମର୍ଥନ କରିଆସିଛି ପୁରୀମନ୍ଦିର ପ୍ରଶାସନ କିନ୍ତୁ ସେମାନେ ଭଗବାନ ଜଗନ୍ନାଥଙ୍କ ପରମ୍ପରାକୁ କାହିଁକି ଭଙ୍ଗ କରୁଛନ୍ତି ବୋଲି ଗଜପତି ମହାରାଜ ପ୍ରଶ୍ନ କରିଛନ୍ତି | ସୂଚନା ଥାଉ କି ନଭେମ୍ବର ୯ରେ, ଇସ୍କନ୍ ଆମେରିକା ର ହ୍ୟୁଷ୍ଟନରେ ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍ ନାଁ ରେ ଏକ ରଥ ଯାତ୍ରା ଆୟୋଜନ କରିବାକୁ ଯାଉଛି ଯାହା ଫଳ ରେ କୋଣ ଅନୁକୋଣ ରୁ ଜଗନ୍ନାଥ ପ୍ରେମୀ ଙ୍କ ଅସମର୍ଥନ ପ୍ରକାଶ ପାଇଛି | Post navigation ଦାଦନ ସର୍ଦ୍ଦାରଙ୍କୁ ନେଇ ଚିନ୍ତାରେ ଶ୍ରମ ବିଭାଗ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣଚନ୍ଦ୍ର ମାଝୀ ଙ୍କ ଦେହାନ୍ତ