କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ। ୨୦୦୮ରେ, ଜଣେ ଅଭିଜ୍ଞ କଂଗ୍ରେସ ନେତା ମାଝୀ ପିତା ଅନନ୍ତ ରାମ ମାଝୀ ଙ୍କ ବିୟୋଗ ପରେ ଲକ୍ଷ୍ମୀପୁର ଉପ-ନିର୍ବାଚନରେ ବିଜୟୀ ହୋଇଥିଲେ। ସେ ଗତ ନିର୍ବାଚନ ର ରାୟଗଡା ବିଧାୟକ ପ୍ରାର୍ଥୀ ଅନୁସୁୟା ମାଝୀଙ୍କ ଭାଇ ଏବଂ ଜଣେ ପ୍ରମୁଖ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ରାମ ମାଝୀଙ୍କ ପୁଅ ଥିଲେ। କଂଗ୍ରେସ ନେତାଙ୍କ ବିୟୋଗରେ ରାଜନୈତିକ କ୍ଷେତ୍ରର ଅନେକ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ଯ ପୂର୍ଣଚନ୍ଦ୍ର ମାଝୀ ଙ୍କ  ବିୟୋଗରେ ଗଭୀର ଶୋକ ବ୍ଯକ୍ତ କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *