ରାଜ୍ୟରେ ଏକ ସୁଦୃଢ଼, ଗୁଣାତ୍ମକ, ଗବେଷଣାଭିତ୍ତିକ ତଥା ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ଗଠନ କରିବା ପାଇଁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ପ୍ରଶାସନିକ ସ୍ଥିରତାରୁ ଆରମ୍ଭ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ, ନିୟମିତ ନିଯୁକ୍ତି ଏବଂ ନୂତନ ଉଦ୍ଭାବନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗକୁ ସମନ୍ୱିତ ଭାବେ ଆଗକୁ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୪୮୮ ଓ ୬୬୨ ବର୍ଗର ୬୪୧ ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ସ୍ଥାନ ଓ ପୋଷ୍ଟିଂ ଆଧାରରେ ମାସିକ ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ଅଧ୍ୟାପକମାନେ ନେତୃତ୍ୱ ନେବାକୁ ଆଗ୍ରହ ପ୍ରକାଶ କରିବେ ଏବଂ ଶିକ୍ଷାଦାନ ପ୍ରକ୍ରିୟା ସୁଚାରୁ ରୂପେ ପରିଚାଳିତ ହେବ ବୋଲି ଜଣାପଡ଼ିଛି। ଏହା ସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକ ପାଇଁ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ପ୍ରଶାସନିକ ସୁପରିଚାଳନା, ସ୍ୱଚ୍ଛ ନିଯୁକ୍ତି ଏବଂ ମେଧାବୀ ଯୁବପିଢ଼ିଙ୍କୁ ଉପଯୁକ୍ତ ସମ୍ମାନ ଓ ସମ୍ବଳ ଯୋଗାଇ ଏକ ବିକଶିତ ତଥା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆକୁ ଆହୁରି ସୁଦୃଢ଼ କରାଯାଉଛି। Post navigation Tanvi Patri Creates History: ଇତିହାସ ରଚିଲେ ଓଡ଼ିଆ ଝିଅ ତନଭି ପତ୍ରି; ୟୁଥ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ମହିଳା