ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ବୃଦ୍ଧି ପାଇଁ ରାଜ୍ୟ ସରକାର କ୍ରମଗତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜ୍ୟର ୭ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ଶୀଘ୍ର ନବୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ପାଇଁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମ୍ଏସ୍ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ ରହିଛନ୍ତି। ଏହି ସମସ୍ତ ଅନୁଷ୍ଠାନକୁ ତୁରନ୍ତ ସେମାନଙ୍କର ମାନ୍ୟତା ନବୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ ମାନ୍ୟତା ନବୀକରଣ ପ୍ରକ୍ରିୟାରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ। ଏହି ପ୍ରସଙ୍ଗରେ ୟୁଜିସି ସହିତ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଲଗାତାର ଯୋଗାଯୋଗରେ ରହିଛି। ଅନ୍ୟପକ୍ଷରେ, ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୁଳପତି ନିଯୁକ୍ତି ପ୍ରକ୍ରିୟା ସଫଳତା ସହ ଶେଷ ହୋଇସାରିଛି। ଏହା ସହିତ ୧୪୦୦ରୁ ଅଧିକ ପ୍ରାଧ୍ୟାପକ ଏବଂ ସହ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ ବର୍ତ୍ତମାନ ସାକ୍ଷାତକାର ପ୍ରକ୍ରିୟା ଜାରି ରହିଛି ବୋଲି ସେ ଜଣାଇଛନ୍ତି। ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ସ୍ତରରେ NIRF ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ର୍ୟାଙ୍କିଂରେ ସ୍ଥାନିତ କରାଇବା ପାଇଁ ବିଭାଗ ପକ୍ଷରୁ ନିରନ୍ତର କାର୍ଯ୍ୟ ଜାରି ରହିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। Post navigation Odisha Announces Monthly Incentive for Aided College Principals: ବେସରକାରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ