ପୁରୀ ଶ୍ରୀମନ୍ଦିରକୁ ଘେରି ରହିଥିବା ବିଶାଳ ପ୍ମେଘନାଦ ପାଚେରୀରେ ଅନେକ ଫାଟ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଦ୍ୱାଦଶ ଶତାବ୍ଦୀର ଏହି ଐତିହାସିକ ମନ୍ଦିରର ସୁରକ୍ଷା ଏକ ଚିନ୍ତା ର ବିଷୟ ହୋଇପଡିଛି | ଶିଉଳି ର ଘେରା ମନ୍ଦିରକୁ ସୁରକ୍ଷା ଦେଉଥିବା କାନ୍ଥରେ ବ୍ୟାପିଯାଇଛି | ଆନନ୍ଦ ବଜାରରୁ ମଇଳା ଜଳ ଫାଟ ମଧ୍ୟ ଦେଇ ପ୍ରବାହିତ ହେଉଛି | ଜଳ ନିଷ୍କାସନ ଯୋଗୁଁ ମେଘନାଦ ପାଚେରୀ ଧୀରେ ଧୀରେ ଖରାପ ହେବାରେ ଲାଗିଛି, ଏବଂ ଭାଙ୍ଗିବା ଅବସ୍ଥା କୁ ଆସିଯାଇଛି | ସେବାୟତ ଙ୍କ କହିବା ଅନୁଯାୟୀ ୨୦୨୧ମସିହାରୁ, ମେଘନାଦ ପାଚେରୀ ଦେଇ କ୍ରମାଗତ ଭାବରେ ପାଣି ଲିକ୍ ହେଉଛି, କିନ୍ତୁ ମନ୍ଦିର ପ୍ରଶାସନ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପରିକ୍ରମା ପ୍ରକଳ୍ପ ବେଳେ ଭାଇବରେଟର ର ବ୍ୟବହାର ଦ୍ୱାରା ଏହି ସମସ୍ୟା ଉପୁଜିଥିବା ନେଇ ସେବାୟତ ମାନେ ଅଭିଯୋଗ କରିଛନ୍ତି | ଏ ନେଇ ମନ୍ଦିର ପ୍ରଶାସନ ତୁରନ୍ତ ପାଚେରୀ ର ଯାଞ୍ଚ କରାଯାଇଛି ମରାମତି କାର୍ଯ୍ୟ କୁ ଜଳଦି ତ୍ୱରାନ୍ୱିତ କରାଯିବା ନେଇ ଆଶ୍ବସ୍ତି ଦେଇଛି | Post navigation ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ; ୧୦ ଦିନ ମଧ୍ୟରେ ଇସ୍ତଫା ନଦେଲେ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ