କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଖାଦ୍ୟାଭାବରୁ ଆମ୍ବ ଟାକୁଆର ଯାଉ ଖାଇ ୨ଟି ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୬ଜଣ ଗୁରୁତର ଅଛନ୍ତି |ଏହି ଘଟଣାକୁ ନେଇ ଆଜି ବିଜେପି ସରକାର ଉପରେ ବର୍ଷିଛି ବିଜେଡ଼ି। ଏହାକୁ ଗୁରୁତର ସହ ନେବା ବଦଳରେ ମନ୍ତ୍ରୀ କହୁଛନ୍ତି ଆମ୍ବ ଟାକୁଆ ଅଞ୍ଚଳର ନିୟମିତ ଖାଦ୍ୟ। ବିଜେଡି କହିଛି ଯେ ଅନାହାରରେ ନ ମରିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଲାଗୁ କରାଯାଇଥିଲା | ଅନେକ ଲୋକ ଏଥିରୁ ବଞ୍ଚିତ ହେବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସୁରକ୍ଷା ଆଇନ ଆରମ୍ଭ କଲେ। ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇ ନ ଥିଲେ, ସେମାନଙ୍କୁ ଏଥିରେ ସାମିଲ କରାଗଲା। ପ୍ରାୟ ୨୫ ଲକ୍ଷ ଜନତା ନୂଆ ଆଇନ ରେ ସାମିଲ ହେଲେ | କିନ୍ତୁ ବିଜେପି ସରକାର ଆଦିବାସୀ ଙ୍କ କଥା କୁ ଗୁରୁତ୍ୱ ନ ନେଇ କେବଳ ନିଜ ପ୍ରଚାର କାର୍ଯ୍ୟ କୁ ପ୍ରାଥମିକତା ଦେଇ ଆସିଛି | ମୃତ ପରିବାର ଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ଥିଲେ ମଧ୍ୟ ୪ମାସ ହେଲା ରାସନ ପାଇ ନଥିଲେ ତେଣୁ ସେମାନେ ଆମ୍ବ ଟାକୁଆ ଖାଇଥିଲେ ବୋଲି ବିଜେଡି ଦାବି କରିଛି | ବଣ୍ଟନ ବ୍ୟବସ୍ଥା ରେ ବିଭ୍ରାଟ ଏବଂ ପ୍ରଶାସନ ର ଅବହେଳା ପାଈଁ ଏକ ଆଦିବାସୀ ପରିବାର ଏହି ଦଶା ଭୋଗୁଛି ବୋଲି ସଞ୍ଜୟ ଦାସ ବର୍ମା ବିଜେପି ସରକାର କୁ ଦାୟୀ କରିଛନ୍ତି | Post navigation ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପ୍ରସଙ୍ଗ; କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ: ୱାଇ ବି ଖୁରାନିଆ ଭିଜିଲାନ୍ସ ପରେ ଏବେ ଇ.ଡି ସ୍କାନ୍ନର ରେ ବଡ ବାବୁ