ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ଆଜି ବିଜୟାଦଶମୀ ଅବସରରେ ଭୁବନେଶ୍ବରର ୧୦ଟି ସ୍ଥାନରେ ରାବଣପୋଡ଼ି ଉତ୍ସବକୁ ମିଳିଲା ଅନୁମତି । ରାବଣପୋଡ଼ି ଅନୁମତି ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି । ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା, ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆର ଓ କପିଳ ପ୍ରସାଦ ଫୁଟବଲ୍ ପଡ଼ିଆରେ ରାବଣପୋଡ଼ି ପାଇଁ ଅନୁମତି ମିଳିଛି । ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହା ସହ ୧୦୦ ମିଟର ଦୂରରୁ ରହି ରାବଣ ପୋଡ଼ି ଦେଖିବେ ଲୋକେ, ଦମକଳ ଗାଡ଼ି ରହିବ ସ୍କୁଲ, କଲେଜ, ମନ୍ଦିର, ବାସସ୍ଥାନରୁ ୨୫୦ ମିଟର ଦୂରରେ ରାବଣ ପୋଡ଼ି କରିବାକୁ ନିର୍ଦ୍ଦେଶ । ଏହା ସହ ରାବଣପୋଡି ସମୟରେ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମକୁ କଡ଼ା କଡି ମାନିବାକୁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । Post navigation ପୁଣି ଟ୍ରେନ୍ ରେଳଧାରଣାରୁ ମିଳିଲା ଗ୍ୟାସ୍ ସିଲିଣ୍ଡର ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ କୁଡୁଆ