ଦୁର୍ଗା ପୂଜା ମାହୋଲରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କଟକ ଦୁର୍ଗାପୂଜାରେ ମୁତୟନ ହେବେ ୬୫ ପ୍ଲାଟୁନ୍ ଫୋର୍ସ ।ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି କଟକ ଦୁର୍ଗାପୂଜାରେ ପାଇଁ ୫ ଏଡିସିପି, ୨୫ ଏସିପି, ୩୦ ଇନ୍ସପେକ୍ଟର ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ୧୮୦ ଏଏସ୍ଆଇ, ୨ କମ୍ପାନୀ ସିଆର୍ପିଏଫ୍ ଯବାନ ରହିବେ । ସୁନା, ରୁପା ମେଢ଼ରେ ବନ୍ଧୁକଧାରୀ ପୋଲିସ ସଜାଗ ରହିବେ । ଚୋରିକୁ ଦୃଷ୍ଟିରେ ରଖି ଗଳିକନ୍ଦିରେ ପାଟ୍ରୋଲିଂ କଡ଼ାକଡ଼ି ହେବ । ସୁନା, ଚାନ୍ଦୀ ମେଢ଼ ନିକଟରେ ମୃତାୟନ୍ ହେବେ ବନ୍ଧୁକଧାରୀ ପୋଲିସ । ଭିଡ଼କୁ ଦେଖି ଉଆନ ବେ ଟ୍ରାଫିକ ବ୍ୟବସ୍ଥା କରାଯିବ। ଅନ୍ୟପଟେ ଦୁର୍ଗାପୂଜା ଲାଗି ଟୁଇନ ସିଟି କଟକ-ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ କଟକଣା। ଅକ୍ଟୋବର ୯ରୁ ୧୩ ତାରିଖ ଯାଏଁ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଏ ନେଇ ମଙ୍ଗଳବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ । ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ବର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । Post navigation ବିଜେପିର Missed Call ସଦସ୍ୟତା ଅଭିଯାନରୁ ବହୁତ ଉର୍ଦ୍ଧ୍ବରେ ବିଜେଡି: ନବୀନ ପଟ୍ଟନାୟକ ଖୁବ୍ଶୀଘ୍ର ବାରିପଦାରେ ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ