ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଚେୟାରମ୍ୟାନ୍ । ଅରୁଣ ଷଡଙ୍ଗୀଙ୍କୁ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନଯୋଗ୍ୟ; ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ହେଉଛନ୍ତି ଅରୁଣ ଷଡଙ୍ଗୀ । ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ପୂର୍ବରୁ ୨୦୨୩ ଡିସେମ୍ବର ୩୧ରେ ଇନ୍‌ଚାର୍ଜ ପୁଲିସ୍ ମହାନିର୍ଦ୍ଦେଶକ( ଡିଜି ) ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।

 

Leave a Reply

Your email address will not be published. Required fields are marked *