ଆଉ କିଛି ଦିନ ମଧ୍ୟରେ ଧରାରେ ଅବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏନେଇ ଏବେଠୁ ଉତ୍ସବ ମୁଖର ହୋଇପଡି଼ଛି ରାଜ୍ୟର ବିଭିନ୍ନ ସହର । ଦଶହରା ଚାନ୍ଦି ମେଢ଼ ଲାଗି କଟକ ବିଶ୍ୱ ବିଖ୍ୟାତ । କିନ୍ତୁ ଆଜି ରାଜ୍ୟରେ ଦଶହରା ଉତ୍ସବକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ଏଥିସହିତ ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଦଶହରାରେ କଟକ ସହରର ଛକ ଛକରେ ଆକର୍ଷଣୀୟ ମେଢ଼ ସାଙ୍ଗକୁ ଝିଲ୍‌ମିଲ୍‌ ଆଲୁଅରେ ଝଲସିଥାଏ ରାସ୍ତାଘାଟ। କିନ୍ତୁ ଏହି ରାସ୍ତା ପାଲଟିଛି ଏବେ ମରଣ ଯନ୍ତା। ରାସ୍ତା ମଝିରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ଏଥିସହ ରାସ୍ତା ପାର୍ଶ୍ୱରେ ଦିନ ଦିନ ଜମି ରହୁଛି ବର୍ଷା ପାଣି। ଏହି ଭଳି ମରଣ ଯନ୍ତା ପାଲଟିଥିବା କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ଉତ୍ତରରେ ୫ ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *