ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ। ଲେଫ୍ଟନାଣ୍ଟ ଜେନେରାଲଙ୍କ ଚିଠି ଆଧାରରେ ମାମଲା ହୋଇଛି। ସେନାବାହିନୀ ମଧ୍ୟଭାରତ ଏରିଆ ମୁଖ୍ୟାଳୟ ଲେଫ୍ଟନାଣ୍ଟ ଚିଠି କରିଥିଲେ। ସେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ।
ଚିଠି ଆଧାରରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିବା ବେଳେ ଆଜି ତାର ଶୁଣାଣି ହେବ।

ଏହି ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଥିବା ବେଳେ ଏ ନେଇ ରାଜନୀତିକ ବିବାଦ ମଧ୍ୟ ଆରମ୍ଭ ହୋଇଗଲାଣି। କ୍ରାଇମବ୍ରାଞ୍ଚ ମେଁଜାରଙ୍କୁ ପଚରାଉଚରା କରିଥିବା ବେଳେ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *