ବିସ୍ଫୋରକ ବୟାନ ଦେଇ ଅଡୁଆରେ ପଡିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଥିଲେ ହାଇକୋର୍ଟରେ ୭ରୁ ୮ଟି କେସ ଚାଲିଛି। ତେଣୁ ବିଜେପିର କିଛିଇ ନେତା ଆସନ ହରାଇପାରନ୍ତି। ଫଳରେ ଏ ସରକାର ସଂଖ୍ୟାଲଘୁ ସରକାର ହେବାରୁ ପୁଣି ଥରେ ଉପନିର୍ବାଚନ ହୋଇପାରେ ବୋଲି ମୁଁ ଆକଳନ କରୁଛି। ତେବେ କଂଗ୍ରେସ ସହ ହାତ ମିଶାଇ ବିଜେଡି ରାଜ୍ୟରେ ସରକାର ଗଢ଼ିବ। ପାରାଦୀପସ୍ଥିତ କୁଜଙ୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଥିଲେ ଶ୍ରୀ ସାମନ୍ତରାୟ। ଏବେ ଏହି ମନ୍ତବ୍ୟକୁ ନେଇ ବୟାନବାଜି ଆରମ୍ଭ ହୋଇଯାଇଛି।

ଦେବାଶିଷ ସାମନ୍ତରାୟଙ୍କ ମେଣ୍ଟ ପ୍ରସଙ୍ଗରେ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ପ୍ରତିକ୍ରିୟା ରଖିଛନ୍ତି। ଦେବାଶିଷ ଜଣେ ପ୍ରତ୍ୟାଖିତ ନେତା ବୋଲି ମୋକିମ୍ କହିଛନ୍ତି। ଦିନ ବେଳେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ। ଶାସନ ହାତରୁ ଗଲା ପରେ ବି ବିଳିବିଳାଉଛନ୍ତି। ଅପର ହାଉସ୍‌ରେ ଥାଇ ତଦନ୍ତ ପ୍ରକ୍ରିୟାକୁ କିଭଳି ପ୍ରଶ୍ନ କଲେ। ବିଜେଡି ସହ କୌଣସି ମେଣ୍ଟ ହେବାର ଆଦୌ ପ୍ରଶ୍ନ ଉଠୁନି ବୋଲି ମୋକିମ କହିଛନ୍ତି।

କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି। ବିଗତ ଦିନରେ ବିଜେପି ସହ ମିଶି ସେମାନେ କାମ କରୁଥିଲେ। କଂଗ୍ରେସ ମେଣ୍ଟ ପ୍ରସଙ୍ଗରେ କଥା କହିବାକୁ ଦେବାଶିଷ ସାମନ୍ତରାୟ କିଏ ? ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଅଛି, ଉପନିର୍ବାଚନ ହେବ ବୋଲି କେମିତି ଜାଣିଲେ।ସେ ଜଣେ ପ୍ରତ୍ୟାଖିତ ନେତା, ବିଜେଡିର ଚକ୍ରାନ୍ତ ଲୋକମାନେ ବେଶ ଭଲ ଭାବେ ଜାଣିଛନ୍ତି।

Leave a Reply

Your email address will not be published. Required fields are marked *